ଭାରତୀୟ ରେଳବାଇ ପକ୍ଷରୁ ପୂଜା ଅବସରରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ଦୂର୍ଗାପୂଜାରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ କେତୋଟି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ ଗୁଡ଼ିକରେ ଅଧିକ ବଗି ମଧ୍ୟ ସଂଯୋଗ କରାଯାଉଛି। ଯାହାଦ୍ୱାରା ଯାତ୍ରୀମାନଙ୍କ ଯାତ୍ରାକୁ ସହଜ କରାଯାଇପାରିବ। ସେଗୁଡ଼ିକ ହେଲା ପୁରୀ-ସନ୍ତ୍ରାଗାଛି(ହାୱଡ଼ା)-ପୁରୀ, ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି, ଶାଲିମର-ପୁରୀ-ସନ୍ତ୍ରାଗାଛି, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ସାପ୍ତାହିକ, ସମ୍ବଲପୁର-ବନସୱାଡି-ସମ୍ବଲପୁର, ସିଆଲଦା-ପୁରୀ-ସିଆଲଦା, ହବିବଗଞ୍ଜ-ପୁରୀ-ହବିବଗଞ୍ଜ(ଭୋପାଳ), ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ, ଭଞ୍ଜପୁର-ପୁରୀ-ଭଞ୍ଜପୁର, କଚେଗୁଡ଼ା-ଟାଟା-କଚେଗୁଡ଼ା(ସିକନ୍ଦରାବାଦ), ଚେନ୍ନାଇ-ଗୌହାଟି-ଚେନ୍ନାଇ, ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ, ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ, ବିଶାଖାପାଟଣା-ଆରକୁ-ବିଶାଖାପାଟଣା, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ଓ କଚେଗୁଡ଼ା-ଶ୍ରୀକାକୁଲମ-କଚେଗୁଡା ଟ୍ରେନ।

ଏହାବ୍ୟତୀତ ନିୟମିତ ଯାତାୟାତ କରୁଥିବା ଟ୍ରେନଗୁଡିକ ସହିତ ଭିତ୍ତିଭୂମିର ସୁବିଧା ଦେଖି ପୂଜା ଛୁଟି ଭିଡ଼ ସମୟରେ ବିଭିନ୍ନ ପ୍ରାନ୍ତକୁ ଅଧିକ ଟ୍ରେନ ଚଳାଚଳ ପାଇଁ ମଧ୍ୟ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଉଛି।

ମାତ୍ରାଧିକ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ନିୟମିତ ଚଳାଚଳ କରୁଥିବା ୪୦ଟି(୨୦ ଯୋଡ଼ା) ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅତିରିକ୍ତ ବଗି ସଂଯୋଗ ହୋଇଛି। ସେଗୁଡିକ ହେଲା ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ହାୱଡା ଯାଉଥିବା ଧଉଳି ଓ ଜନଶତାବ୍ଦୀ ଏକ୍ସପ୍ରେସ, ଭୁବନେଶ୍ୱର-ପୁଡୁଚେରୀ, ବୋକାରକୁ ଯାଉଥିବା ଗରିବ ରଥ ଏକ୍ସପ୍ରେସ, ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ପୁରୀ-ଦୁର୍ଗ, ପୁରୀ-ହାତୀଆ ତପସ୍ୱିନୀ, ପାଟନାକୁ ଯାଉଥିବା ବୈଦ୍ୟନାଥଧାମ ଏକ୍ସପ୍ରେସ, ପୁରୀ-ହାୱଡା ଓ ସମ୍ବଲପୁର-ହାୱଡା ଏକ୍ସପ୍ରେସ ଇତ୍ୟାଦି। ସେହିପରି ନିୟମିତ ଚଳାଚଳ କରୁଥିବା କେତେକ ଟ୍ରେନରେ ଏସି୩ ଟାୟାର ବଗି ସଂଯୋଗ କରାଯାଇ ଥିବା ବେଳେ କେତେକରେ ସ୍ଲିପର୍‌ କ୍ଲାସ ଓ କେତେକରେ ଦ୍ଵିତୀୟ ଶ୍ରେଣୀ ଚେୟାରକାର ବଗି ସଂଯୋଗ ହୋଇଛି।