ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଭାରତୀୟ ପାଇଲଟ୍ ସମେତ ୨ ମୃତ

ଭାରତୀୟ ସେନାର ଏକ ହେଲିକପ୍ଟର ଭୁଟାନର ୟୋନକୁଲା କ୍ଷେତ୍ରରେ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଏନଆଇ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଜଣେ ପାଇଲଟ ଭାରତୀୟ ହୋଇଥିବାବେଳେ ଅନ୍ୟ ଜଣେ ଭୁଟାନର। ଭାରତୀୟ ସେନାର ଏହି ହେଲିକପ୍ଟରଟି ଖିରମୁଁ(ଅରୁଣାଚଳପ୍ରଦେଶ)ରୁ ୟୋନକୁଲା ଆଡକୁ ଯାଉଥିବା ସମୟରେ ଦ୍ବିପ୍ରହର ପ୍ରାୟ ୧.୩୦ ବେଳକୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ଭାରତୀୟ ବାୟୁସେନାର ଲେଫ୍ଟନେଣ୍ଟ କର୍ନେଲ ରାଙ୍କର ଜଣେ ପାଇଲଟ ଭୁଟାନର ଜଣେ ପାଇଲଟ ସହ ଟ୍ରେନିଂ ନେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଭାରତୀୟ ସେନା ପ୍ରବକ୍ତା ଅମନ ଆନନ୍ଦ କହିଛନ୍ତି।