ନୂଆଦିଲ୍ଲୀ: ନେଭି ଡେ’ର ଦିନକ ପୂର୍ବରୁ ନୌସେନାର ବାର୍ଷିକ ପ୍ରେସ କନଫ୍ରେନ୍ସରେ ନୌସେନା ମୁଖ୍ୟ ଏଡମରିଲ ଆର ହରି କୁମାର ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ନୌସେନା ମୁଖ୍ୟ ଆଇଏନଏସ ବିକ୍ରାନ୍ତଙ୍କ କମିଶନିଙ୍ଗକୁ ଐତିହାସିକ କହିଛନ୍ତି ।
ନୌସେନା ମୁଖ୍ୟ ଏଡମରିଲ ଆର ହରି କୁମାର କହିଛନ୍ତି ଯେ, ଆଇଏନଏସ ବିକ୍ରାନ୍ତ ଆମ ମଧ୍ୟରେ ଆତ୍ମବିଶ୍ୱାସର ପ୍ରେରଣା ଯୋଗାଇବ । ଆଉ ଏହା ଆମର ସ୍ୱଦେଶୀ କ୍ଷମତାର ଏକ ସୁନ୍ଦର ପ୍ରତୀକ । ଏହା ରାଷ୍ଟ୍ରର କ୍ଷମତା ବଢ଼ାଇବାରେ ମଧ୍ୟ ସହାୟକ ହେବ । ଆମେ ସୁରକ୍ଷା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହୋଇପାରିବୁନି ବୋଲି ସମଗ୍ର ବିଶ୍ୱରେ ନିକଟରେ ଘଟିଥିବା ଘଟଣା ରେଖାଙ୍କିତ କରୁଛି । ସରକାର ଆମକୁ ଆତ୍ମନିର୍ଭଶୀଳ ଭାରତ ଉପରେ ଖୁବ୍ ସ୍ପଷ୍ଟ ଦିଶାନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଶୀର୍ଷ ନେତୃତ୍ୱ ପାଇଁ ନୌସେନାର ପ୍ରତିବଦ୍ଧତା ମଧ୍ୟରୁ ୨୦୪୭ ସୁଦ୍ଧା ନୌସେନା ଆତ୍ମନିିର୍ଭରଶୀଳ ହୋଇଯିବ ଅନ୍ୟତମ ।