ଆମେରିକା ସେନା ବଜାଇଲେ ଭାରତର ରାଷ୍ଟ୍ରିୟ ସଂଗୀତ

ୱାସିଂଟନ୍: ୱାସିଂଟନ୍ ଠାରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଆମେରିକା ଓ ଭାରତ ସେନା ପକ୍ଷରୁ ମିଳିତ ପ୍ରତିରକ୍ଷା ସମନ୍ୱୟ ଅନ୍ତର୍ଗତ ଆମେରିକା ସେନା ଭାରତର ଜାତୀୟ ସଂଗୀତ ବଜାଇଛନ୍ତି। ପୂର୍ବରୁ ଆମେରିକା ଓ ଭାରତ ଏକ ମିଳିତ ସମରାଭ୍ୟସ ସମୟରେ ଭାରତର ଲୋକପ୍ରିୟ ଗୀତ ‘ବଦଲୁରାମ କା ବଦନ’ ରେ ଖୁବ୍ ନାଚିଥିଲେ। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯୁଦ୍ଦ ଅଭ୍ୟାସ ନାଁରେ ହେଉଥିବା ଏହି ମିଳିତ ସମରାଭ୍ୟାସ ଯାହାକି ସବୁଛାରୁ ବଡ ମିଳିତ ମିଲିଚାରୀ ଟ୍ରେନିଂ। ଏହି ସମରାଭ୍ୟାସରେ ଭାରତ ଓ ଆମେରିକା ସେନା ମିଳିତ ଭାବେ ଟ୍ରେନିଂ, ପ୍ଲାନିଂ ଓ ଉପଯୋଗ ଉପରେ ଧ୍ୟାନ ଦେଇଛନ୍ତି।

ସୌଜନ୍ୟ: ଆଜ୍ ତକ୍