‘ନମସ୍କାର’ ମୁହାଁ ବିଶ୍ୱ: ଫ୍ରାନ୍ସ ରାଷ୍ଟ୍ରପତି ଓ ଜର୍ମାନୀ ଚାଂସଲରଙ୍କ ନମସ୍କାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱ ଏବେ ପରସ୍ପରକୁ ଅଭିବାଦନ ଜଣାଇବା ପାଇଁ ଭାରତୀୟ ସଂସ୍କୃତିକୁ ଆପଣାଇଛି। ଖାସକରି ସମସ୍ତ ବଡ଼ ବଡ଼ ନେତା ଏବେ ‘ନମସ୍କାର’କୁ ଅଭ୍ୟାସରେ ପରିଣତ କରିସାରିଲେଣି। ଏହି ତାଲିକାରେ ଏବେ ଫ୍ରାନ୍ସର ରାଷ୍ଟ୍ରପତି ଇମ୍ମାନୁଏଲ ମେକ୍ରୋନ ଓ ଜର୍ମାନୀର ଚାଂସଲର ଏଞ୍ଜେଲା ମର୍କେଲ ମଧ୍ୟ ସାମିଲ ହୋଇଛନ୍ତି।

ୟୁରୋପୀୟ ୟୁନିୟନର ଏହି ଦୁଇ ବଡ଼ ନେତା କରୋନା ଭାଇରସ ସମ୍ବୋଧିତ ଯାତ୍ରା ପ୍ରତିବନ୍ଧ ଉପରେ ଚର୍ଚ୍ଚା କରିବା ପାଇଁ ପରସ୍ପରକୁ ଭେଟିଥିଲେ। ସେହି ସମୟରେ ଦୁହେଁ ପରସ୍ପରକୁ ନମସ୍କାର ଜରିଆରେ ଅଭିବାଦନ ଜଣାଇଥିଲେ। ମେକ୍ରୋନ ଓ ମର୍କେଲଙ୍କ ଅଭିବାଦନର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

କହିବାକୁ ଗଲେ, ସାଧାରଣତଃ ସମସ୍ତ ପଶ୍ଚିମୀ ଦେଶର ନେତା ପରସ୍ପରକୁ ଅଭିବାଦନ ଜଣାଇବା ପାଇଁ ହାତ ମିଳାଇଥାନ୍ତି କିମ୍ବା ଆଲିଙ୍ଗନ କରିଥାନ୍ତି। କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ଏହି ଅଭ୍ୟାସକୁ ଗୁଡବାୟ କହି ସେମାନେ ଭାରତୀୟ ସଂସ୍କୃତିକୁ ଆପଣାଇଛନ୍ତି।