ପୁଣି କିଭ୍‌ରୁ ଚାଲିବ ଭାରତୀୟ ଦୂତାବାସ

ନୂଆଦିଲ୍ଲୀ,ଏଜେନ୍ସି: ପୁଣି ୟୁକ୍ରେନର ରାଜଧାନୀ କିଭ୍‌ରୁ ଚାଲିବ ଭାରତୀୟ ଦୂତାବାସ। ଆସନ୍ତା ୧୭ ମଇ ତାରିଖରୁ କିଭ୍‌ରୁ ଭାରତୀୟ ଦୂତାବାସ କାର୍ଯ୍ୟ ଆରମ୍ଭ କରିବ। ତେବେ ଋଷ ଓ ୟୁକ୍ରେନ ଯୁଦ୍ଧ କାରଣରୁ ଭାରତୀୟ ଦୂତାବାସ କିଭ୍‌ରୁ ୧୩ ମାର୍ଚ୍ଚ ୨୦୨୨ରେ ସ୍ତାନନ୍ତରିତ ହୋଇ ଅସ୍ଥାୟୀ ଭାବେ ପୋଲାଣ୍ଡର ୱାର୍ସରୁ କାର୍ଯ୍ୟ ପରିଚାଳନା କରାଯାଉଥିଲା।

ମାତ୍ର ଯୁଦ୍ଧ ବୀଭଷୀକା ଟିକେ ଥମିବା ପରେ ପୁଣି କିଭ୍‌ରୁ ଦୂତାବାସ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଜି (ଶୁକ୍ରବାର) ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।