ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପି ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟ ମୁତାବକ, ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୧୧୩୯ ରହିଛି। ସେଥିରୁ ଗତ ୨୪ ଘଣ୍ଟାରେ ୪ହଜାର ୯୭୦ଟି ନୂଆ ମାମଲା ସାମ୍ନାକୁ ଆସିଛି ଓ ୧୩୪ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ଏପର୍ଯ୍ୟନ୍ତ ୩୧୬୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୯ ହଜାର ୧୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ ଯେ, ଭାରତରେ ୧୧୧ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର ହୋଇଛି। ସବୁଠୁ ଅଧିକ ସଂକ୍ରମିତ ମାମାଲା ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନରୁ ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ୩୫ ହଜାର ୫୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪୯ଜଣଙ୍କର ମୃତ୍ୟୁ ଘଟିଛି। ଗୁଜରାଟରେ ୧୧ହଜାର ୭୪୫ଜଣ ଆକ୍ରାନ୍ତ ହୋଇଥିବାବେଳେ ୬୯୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ତାମିଲନାଡ଼ୁରେ ୧୧ହଜାର ୭୬୦ ଓ ଦିଲ୍ଲୀରେ ୧୦ ହଜାର ୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।