ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଦାନା ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଛନ୍ତି। ଭାରତର ପ୍ରଥମ ମହିଳା ଖେଳାଳି ଭାବେ ମନ୍ଦାନା ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି। ଏଥିସହିତ ଟେଷ୍ଟ ମ୍ୟାଚରେ ସେ ତାଙ୍କ କ୍ୟାରିୟରର ପ୍ରଥମ ଶତକ ମାରିଛନ୍ତି। କିନ୍ତୁ ମନ୍ଦାନା ୨୨ ଚୌକା ଓ ଗୋଟିଏ ଛକ୍କା ସହ ୧୨୬ ରନରେ ଆଉଟ ହୋଇଯାଇଛନ୍ତି।
ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପିଙ୍କ ବଲ୍ ଟେଷ୍ଟ ମ୍ୟାଚ ଅକ୍ଟୋବର ୩୦ରୁ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଆଉ ଭାରତର ଓପନର ସ୍ମୃତି ମନ୍ଦାନା ଓ ସେଫାଳୀ ବର୍ମା ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତିକୁ ଭୁଲ ସାବ୍ୟସ୍ତ କରି ଦେଇଛନ୍ତି।