ଟେଷ୍ଟ୍ ସିରିଜ ପାଇଁ ଦଳ ଘୋଷିତ: ରାହୁଲ ବାଦ୍ ପଡ଼ିଲେ

ନୂଆଦିଲ୍ଲୀ,ଏଜେନ୍ସି: ଅକ୍ଟୋବର ୨ରୁ ଭାରତ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଏହି ସିରିଜ୍ ଲାଗି ଖେଳାଳି ଚୟନ ହୋଇଛନ୍ତି। ଘୋଷିତ ୧୫ ଜଣିଆ ଦଳରେ ଯୁବ କ୍ରିକେଟର ଶୁବମାନ୍ ଗିଲଙ୍କୁ ସାମିଲ କରାଯାଇଥିବା ବେଳେ ଓପନର ଲୋକେଶ ରାହୁଲଙ୍କୁ ଟିମ୍ରୁ ବାହାର ରଖାଯାଇଛି । ଏହାବ୍ୟତୀତ ଓପନିଂରେ ଭାରତର ସମସ୍ୟା ସୁଧାରିବାକୁ ରୋହିତ ଶର୍ମାଙ୍କୁ ଓପନର ଭାବେ ଖେଳାଯିବ ବୋଲି ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦ ପ୍ରକାଶ କରିଛନ୍ତି। ୨୦୧୮ ପରଠାରୁ ଲୋକେଶ ରାହୁଲ, ମୁରଲୀ ବିଜୟ, ଶିଖର ଧୱନ, ପାର୍ôଥବ ପଟେଲ, ପୃଥ୍ୱୀ ଶ’, ମୟଙ୍କ ଅଗ୍ରୱାଲ ଓ ହନୁମା ବିହାରୀ ଟେଷ୍ଟ କ୍ରିକେଟରେ ଓପନର ଭାବେ ଖେଳିଛନ୍ତିି। ଏହି ମ୍ୟାଚ୍ରେ ରୋହିତ ଓପନିଂ କରିବା ଏମ୍ଏସ୍କେ ପ୍ରସାଦ ସ୍ପଷ୍ଟ କରିଛନ୍ତି। ରୋହିତ ଶର୍ମା ବୋର୍ଡ ପ୍ରେସିଡେଣ୍ଟସ ଏକାଦଶର ନେତୃତ୍ୱ ନେଇ ସାଉଥ୍ ଆଫ୍ରିକା ବିପକ୍ଷରେ ତିନିଦିନିଆ ୱାର୍ମଅପ୍ ମ୍ୟାଚ୍ ଖେଳିବେ। ଏହି ଦଳରେ ଅଭିମନ୍ୟୁ ଈଶ୍ୱରନ୍, ପ୍ରିୟଙ୍କ ପାଞ୍ଚାଲ, କରୁଣ ନାୟାର ଓ ସିଦେ୍ଧଶ ଲାଡ୍ ପ୍ରମୁଖ ଖେଳାଳି ରହିଛନ୍ତି।

ଘୋଷିତ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋିଷଭ ପନ୍ତ (ୱିକେଟ୍ କିପର), ରିଦ୍ଧିମାନ୍ ଶାହା (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ଈଶାନ୍ତ ଶର୍ମା ଓ ଶୁବମାନ ଗିଲ୍

ବୋର୍ଡ ପ୍ରେସିଡେଣ୍ଟସ୍ ଏକାଦଶ:ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପାଞ୍ଚାଲ, ଅଭିମନ୍ୟୁ ଈଶ୍ୱରନ୍, କରୁଣ ନାୟାର, ସଦ୍ଦେଶ ଲାଡ୍, ଶ୍ରୀକର ଭରତ (ୱିକେଟ କିପର), ଜଲଜ ସାକ୍ସେନା, ଧର୍ମେନ୍ଦ୍ରସିଂ ଜାଡେଜା, ଆଭେସ୍ ଖାନ୍, ଇଶାନ୍ ପୋରେଲ, ଶର୍ଦ୍ଦୁଲ ଠାକୁର ଓ ଉମେଶ ଯାଦବ