ନୂଆଦିଲ୍ଲୀ: ଭାରତୀୟ ସେନାର ଶକ୍ତି ଆହୁରି ବଢ଼ିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ସେନାକୁ ଉତ୍ତମ ସେଟଲାଇଟ ସୁବିଧା ପ୍ରଦାନ କରିବା ପାଇଁ ଇସ୍ରୋ ସହ ପ୍ରତିରକ୍ଷା ମନ୍ତ୍ରଣାଳୟ ଚୁକ୍ତି କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଉନ୍ନତ ସୁବିଧା ପାଇଁ ଇସ୍ରୋର ବାଣିଜ୍ୟିକ ଶାଖା ନ୍ୟୁସ୍ପେସ ଇଣ୍ଡିଆ ଲିମିଟେଡ ସହ ୩ ହଜାର କୋଟି ଟଙ୍କାର ଚୁକ୍ତି କରିଛି । ଭାରତର ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ନିଜ ପରିଚାଳନା କ୍ଷମତାକୁ ଦ୍ରୁତ କରିବା ପାଇଁ ୨୦୨୨ ମାର୍ଚ୍ଚରେ ସେଟଲାଇଟ ଲାଗି ସେନାର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା ।
ସୂଚନାଯୋଗ୍ୟ, ଭାରତୀୟ ସେନା ପାଇଁ ଉନ୍ନତ ସେଟଲାଇଟର ବିକାଶ ଇସ୍ରୋ କରିବ । ଉଭୟ ବାୟୁସେନା ଓ ନୌସେନା ପାଖରେ ନିଜର ସେଟଲାଇଟ ସୁବିଧା ରହିଛି । ଆଉ ଏବେ ଏହି ସୁବିଧା ଭାରତୀୟ ସେନାକୁ ମିଳିବାକୁ ଯାଉଛି ।