ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,ଏଜେନ୍ସି: ତଙ୍ଗଧର ସେକ୍ଟର୍‌ର ବିପରୀତ ପାର୍ଶ୍ୱରେ ଅବସ୍ଥିତ ପାକିସ୍ତାନ ଅଧିକୃତ କଶ୍ମୀର ମଧ୍ୟରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ଉପରେ ରବିବାର ଦିନ ଭାରତୀୟ ସେନା ଆକ୍ରମଣ ଆରମ୍ଭ କରିଛି। ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ସେନା ଆକ୍ରମଣ କରି ଭାରତକୁ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହେଉଥିବା ଆତଙ୍କବାଦୀ ଠଣିକୁ ନଷ୍ଟ କରିଛି।

ଏଥିରେ ପିଓକେରେ ଥିବା ଆତଙ୍କବାଦୀଙ୍କ କେତେକ ଶିବିର ଧ୍ୱଂସ ହୋଇଛି। ଏଥିସହ ଅନେକ ଆତଙ୍କବାଦୀ ନିହତ ମଧ୍ୟ ହୋଇଛନ୍ତି। ଏହି ଆକ୍ରମଣରେ ଭାରତୀୟ ସେନା ଆର୍ଟିଲେରୀ ଗନ୍ ବ୍ୟବହାର କରିଥିବା ଜଣାଯାଇଛି । ପାକିସ୍ତାନୀ ଆତଙ୍କବାଦୀ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲଂଘନ କରିବା ସହ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛି । ଏହି ପରିପ୍ରେକ୍ଷୀରେ ପାକିସ୍ତାନର ୪ଟି ଆତଙ୍କୀ ଲଞ୍ଚପ୍ୟାଡକୁ ନଷ୍ଟ କରାଯାଇଛି।