ନୂଆଦିଲ୍ଲୀ,ଏଜେନ୍ସି: ଆଜି ନୂଆଦିଲ୍ଲୀଠାରେ ୭୨ତମ ସ୍ଥଳସେନା ଦିବସ ପାଳିତ ହେଉଛି। ପ୍ରତିବର୍ଷ ଜାନୁଆରୀ ୧୫ତାରିଖକୁ ସ୍ଥଳସେନା ଦିବସ ରୂପେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାର ସାହାସକୁ ସଲାମ କରିବା ସହ ଯବାନ ଏବଂ ତାଙ୍କ ପରିବାରକୁ ଶୁଭକାମନା ଜଣାଇଛନ୍ତି।
ଦିଲ୍ଲୀର କରିଅପ୍ପା ଗ୍ରାଉଣ୍ଡ ଠାରେ ସେନା ପକ୍ଷରୁ ଏକ ବିରାଟ ପାରେଡ ଅନୁଷ୍ଠିତ ହୋଇଥିଲା। ସେନା ଦିବସ ଅବସରରେ ତିନି ସେନାଙ୍କ ପ୍ରମୁଖ ଜେନେରାଲ ବିପିନ ରାୱତଙ୍କ ସହ ସ୍ଥଳ ସେନା ମୁଖ୍ୟ ଜେନେରାଲ ମୁକୁନ୍ଦ ନରୱାଣେ, ଏୟରଚିଫ ମାର୍ଶଲ ଆରକେଏସ ଭଦୋରିଆ ଏବଂ ନୌସେନା ପ୍ରମୁଖ ଏଡ଼ମିରଲ କରମବୀର ସିଂହ ଆଜି ସକାଳେ ଜାତୀୟ ଯୁଦ୍ଧ ସ୍ମାରକୀ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେନାର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।