ଭାରତ ଆସିପାରିବେ ବିଭିନ୍ନ ଭିସା କାର୍ଡଧାରୀ ଭାରତୀୟ ଓ ବିଦେଶୀ ନାଗରିକ

ନୂଆଦିଲ୍ଲୀ,ଏଜେନ୍ସି: ଏଣିକି ଭାରତକୁ ଆସିପାରିବେ ବିଭିନ୍ନ ଭିସା କାର୍ଡଧାରୀ ଭାରତୀୟ ଓ ବିଦେଶୀ ନାଗରିକ। ଏନେଇ ଆଜି କେନ୍ଦ୍ର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କରୋନା ଗାଇଡଲାଇନରେ ସଂଶୋଧନ କରାଯିବା ସହିତ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାର ପର୍ଯ୍ୟଟକ ଭିସା ଛାଡି ସିଟିଜେନ ଅଫ ଇଣ୍ଡିଆ, ପର୍ସନ ଅଫ ଇଣ୍ଡିଆ ଅରିଜିନ କାର୍ଡ ଧାରକ ଏବଂ ଅନ୍ୟ ବିଦେଶୀ ନାଗରିକଙ୍କୁ ଭାରତ ଆସିବାକୁ ଅନୁମତି ଦେଇଛନ୍ତି। ଏହି ସମୟରେ କୋଭିଡ ନିୟମର କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗୃହ ମନ୍ତ୍ରାଳୟ ଜାରି କରିଥିବା ନିର୍ଦ୍ଦେଶ ଅନୁସାରେ, ଚିକିତ୍ସା କରାଇବା ପାଇଁ ଭାରତ ଆସିବାକୁ ଇଚ୍ଛୁକ ଥିବା ବିଦେଶୀ ନାଗରିକ ମେଡିକାଲ ଭିସା ପାଇଁ ମେଡିକାଲ ଆଟେଣ୍ଡାଣ୍ଟଙ୍କ ସହିତ ଆବେଦନ କରିପାରିବେ। ପ୍ରକାଶ ଥାଉ ଯେ କରୋନା ମହାମାରୀ ହେତୁ ଲାଗୁ ହୋଇଥିବା କଟକଣା ଯୋଗୁଁ ସରକାର ସମସ୍ତ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଧୀରେ ଧୀରେ ଏହି କଟକଣା ସବୁକୁ କୋହଳ କରାଯାଉଛି।