ହାଲ୍‌ରୁ ବାୟୁସେନା କିଣିବ ଏଚଟିଟି-୪୦

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ବାୟୁସେନା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନରେ ପ୍ରଶିକ୍ଷଣ ପ୍ରଦାନ କରିବ ବୋଲି ଜଣାଯାଇଛି। ଏ ନେଇ ସ୍ୱିଜରଲ୍ୟାଣ୍ଡର ପି-୭ ବିମାନ ବଦଳରେ ହିନ୍ଦୁସ୍ଥାନ ଏରୋନେଟିକାଲ ଲିମିଟେଡ ବା ଏଚଟିଟି-୪୦ ବିମାନ ବ୍ୟବହାର କରିବ।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିମାନର ପରୀକ୍ଷା ହୋଇନଥିବାବେଳେ ଖୁବଶୀଘ୍ର ବିମାନର ପରୀକ୍ଷା ହେବ ଓ ଏହାକୁ ବାୟୁସେନାରେ ସାମିଲ୍ କରାଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ବାୟୁସେନା ପ୍ରମୁଖ ରାକେଶ ସିଂହ ଭଦୋରିଆ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଏବେ ବାୟୁସେନା ଏହି ବିମାନ ଉପରେ ନଜର ରଖିଛି। ଆବଶ୍ୟକ ପରୀକ୍ଷା ପରେ ଏହାକୁ ସାମିଲ କରାଯିବ ବୋଲି ଆଶା ରହିଛି।