ଭାରତୀୟ ବାୟୁସେନାର ୫୧ ସ୍କ୍ୱାର୍ଡନକୁ ଦିଆଯିବ ୟୁନିଟ ସାଇଟେସନ ସମ୍ମାନ

ନୂଆଦିଲ୍ଲୀ,ଏଜେନ୍ସି: ଫେବୃଆରୀ ୨୭ରେବାଲାକୋଟ ଅପରେସନ ବେଳେ ପାକିସ୍ତାନର ଯୁଦ୍ଧ ବିମାନ ଏଫ୍- ୧୬କୁ ୫୧ ସ୍କ୍ୱାର୍ଡନର ଏୟାର କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ  ମରି ଖସାଇଥିଲେ। ଏହାକୁ ନେଇ ରବିବାର ବାୟୁସେନା ମ୍ୟୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେ ଭଦୋରିଆ ଅଭିନନ୍ଦନଙ୍କ ୫୧ ସ୍କ୍ୱାର୍ଡନକୁ ୟୁନିଟ ସାଇଟେସନ ସମ୍ମାନରେ ସମ୍ମାନିତ କରିବେ। ୫୧ ସ୍କ୍ୱାର୍ଡନ ପାଇଁ କମାଣ୍ଡିଂ ଅଫିସର ଗ୍ରୁପ୍ କ୍ୟାପଟେନ ସତିଶ ପାୱାର ଏହି ସମ୍ମାନ ଗ୍ରହଣ କରିବେ। ସେହିପରି ସ୍କ୍ୱାର୍ଡନ ଲିଡର ମିଣ୍ଟି ଅଗ୍ରୱାଲଙ୍କ ୬୧ ସିଗ୍ନାଲ ୟୁନିଟକୁ ମଧ୍ୟ ବାୟୁସେନା ମୁଖ୍ୟ ସମ୍ମାନିତ କରିବେ ବୋଲି ଜଣାଯାଇଛି।