ଭାରତର ଦମଦାର ବିଜୟ, ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହେଲେ ରୋହିତ ଶର୍ମା

ବେଙ୍ଗାଲୁରୁ,ଏଜେନ୍ସି: ଅଷ୍ଟ୍ରେଲିଆ ବିପକ୍ଷ ୩ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ଭାରତ ୨-୧ରେ ସିରିଜ ଜିତିଛି। ଆଜି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଏହାର ଶେଷ ସିରିଜ ଅନୁଷ୍ଠିତ ହୋଇଥିବା ବେଳେ ଅଷ୍ଟ୍ରେଲିଆକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ହାତକୁ ନେଇଛି। ରୋହିତ ଶର୍ମାଙ୍କ ଶତକ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଭାରତ ପ୍ରଥମ ଦିନିକିଆ ହାରିଥିବା ବେଳେ ଦ୍ୱିତୀୟ ଦିନିକିଆରେ ବିଜୟ ସହ ସିରିଜକୁ କମବ୍ୟାକ୍‌ କରିଥିଲା। ଫଳରେ ତୃତୀୟ ମ୍ୟାଚଟି ନିର୍ଣ୍ଣାୟକ ହୋଇପଡିଥିଲା। ଏହି ମ୍ୟାଚରେ ରେହିତଙ୍କ ପ୍ରଦର୍ଶନ ଦର୍ଶକମାନଙ୍କ ମନକୁ ବେଶ ଛୁଇଁଛି।
ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍‌ ହରାଇ ୨୮୬ ରନ୍‌ ସଂଗ୍ରହ କରଥିଲା। ବିଜୟଲକ୍ଷ୍ୟ ୨୮୭ ରନ୍‌ର ପିଛା କରି ଭାରତୀୟ ଦଳ ପ୍ରାରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିଥିଲା। ଦୁଇ ଓପନର୍‌ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। ରାହୁଲ ୧୯ ରନ କରି ଆଉଟ ହୋଇଥିବାବେଳେ ରୋହିତ ୧୧୯ ରନ୍‌ କରିଥିଲେ। ଏହାପରେ ଅଧିନାୟକ ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ହାସଲ କରି ୮୯ ରନରେ ଆଉଟ୍‌ ହୋଇଥିଲେ। ଏହି ଖେଳରେ ଭାରତର କ୍ୟାପଟେନ ବିରାଟ କୋହଲି ମ୍ୟାନ ଅଫ୍ ଦ ସିରିଜ ହୋଇଥିବା ବେଳେ ରୋହିତ ଶର୍ମା ମ୍ୟାନ ଅଫ୍ ଦ ମ୍ୟାଚ୍ ହୋଇଛନ୍ତି।