୩-୦ରେ ଟେଷ୍ଟ ସିରିଜ ପୋଛିନେଲା ଭାରତ

ରାଞ୍ଚି: ରାଞ୍ଚିରେ ଖେଳାଯାଉଥିବା ୩ୟ ଟେଷ୍ଟ ମ୍ୟାଚରେ ଟିମ୍‌ ଇଣ୍ଡିଆ ବିଜୟ ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ ପୋଛିନେଇଛି। ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୨୦୨ରନ୍‌ ବ୍ୟବଧାନରେ ପରାଜିତ କରିଛି।

ଭାରତ ପ୍ରଥମ ଇନିଂସରେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ଦ୍ବିଶତକ, ରାହାଣେଙ୍କ ଶତକ ବଳରେ ୪୯୭ ରନ୍‌ର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୬୨ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଫଲୋଅନ ଦିଆଯିବା ପରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ୨ୟ ଇନିଂସ ଆରମ୍ଭ କରିଥିଲା। କିନ୍ତୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟ କାରଣରୁ ଦଳ କ୍ରମାଗତ ୱିକେଟ ହରାଇ ୧୩୩ ରନରେ ସୀମିତ ରହିଥିଲା।

୪ର୍ଥ ଦିନ ଖେଳର ପ୍ରଥମ ସେସନ ଆରମ୍ଭରୁ ଦଳ ପୂର୍ବ ଦିନର ସ୍କୋର ୧୩୨ରେ ଆଉ ଗୋଟିଏ ରନ ଯୋଡ଼ିବାରେ ସମର୍ଥ ହୋଇ ବଳକା ୨ ୱିକେଟ ହରାଇଥିଲା। ଭାରତ ପକ୍ଷରୁ ମହମ୍ମଦ ଶାମି ୩ଟି ଏବଂ ଉମେଶ ଯାଦବ ଓ ନଦୀମ ୨ଟି ଲେଖାଏ ୱିକେଟ ନେଇଥିଲେ।