ଏଫଆଇଏଚ୍ ପ୍ରୋ ଲିଗ୍: ଶକ୍ତିଶାଳୀ ବେଲଜିୟମକୁ ପରାସ୍ତ କଲା ଭାରତ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଏଫଆଇଏଚ୍ ପ୍ରୋ ଲିଗରେ ବେଲଜିୟମକୁ ୨-୧ ଗୋଲରେ ପରାସ୍ତ କରିଛି ଭାରତ।

ଭାରତ ପକ୍ଷରୁ ମନଦୀପ ସିଂହ ଖେଳ ଆରମ୍ଭର ଦ୍ୱିତୀୟ ମିନିଟରେ ଓ ରମନଦୀପ ସିଂହ ୪୬ମିନିଟରେ ଗୋଲ୍ କରିଥିଲେ।

ସେହିଭଳି ବେଲଜିୟମ ପକ୍ଷରୁ ଗୌଥିୟର୍ ବୋକାର୍ଡ ୩୩ମିନିଟରେ ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ମ୍ୟାଚରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ଗୋଲକିପର କ୍ରିଷନ ପାଠକ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।