୬୬ ରନରେ ଇଂଲଣ୍ଡକୁ ପରାସ୍ତ କଲା ଭାରତ

ପୁଣେ, ଏଜେନ୍ସି: ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ୬୬ରନରେ ଭ୍ରମଣକାରୀଦଳ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ ପକ୍ଷରୁ ଶିଖର ଧାୱନ୯୮, ବିରାଟ କୋହଲି ୫୬, ଲୋକେଶ ରାହୁଲ ୬୨ଏବଂ କୃଣାଲ ପାଣ୍ଡ୍ୟାଙ୍କ ୫୮ ରନ୍ ବଳରେ ଭାରତ ୩୧୭ ରନ୍ କରିଥିଲା। ଜବାବରେ ଜୋନି ବେୟାରଷ୍ଟୋଙ୍କ ୯୪ ରନ୍ ଏବ ଜାସନ ରୟଙ୍କ ୪୬ ସତ୍ତେ୍ୱ ଇଂଲଣ୍ଡ ୪୨ ଓଭରରେ ୨୫୧ ରନରେ ଅଲଆଉଟ୍ ହୋଇଛି। ଡେବ୍ୟୁ ମ୍ୟାଚ୍ ଖେଳିଥିବା ପ୍ରସିଦ୍ଧ କୃଷ୍ଣା ୪ ୱିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସିରିଜର ଦ୍ୱିତୀୟ ମ୍ୟାଚ୍ ମାର୍ଚ୍ଚ ୨୬ରେ ଖେଳାଯିବ।