ବିଶ୍ୱ ପାରାଆଥଲେଟିକ୍ସରେ ଭାରତକୁ ୯ ପଦକ

ଦୁବାଇ,ଏଜେନ୍ସ: ଦୁବାଇରେ ଅନୁଷ୍ଠିତ ପାରା ଆଥଲେଟିକ୍ସ ପ୍ରତିଯୋଗିତାରେ ଭାରତ ୯ଟି ପଦକ ଜିତିଛି। ସେଥି ମଧ୍ୟରୁ ୨ଟି ସ୍ୱର୍ଣ୍ଣ ପଦକ, ଦୁଇଟି ରୌପ୍ୟ ପଦକ ଏବଂ ପାଞ୍ଚଟି ବ୍ରୋଞ୍ଜ ପଦକ ହାସଲ କରିଛି। ଏହା ପୂର୍ବରୁ ୨୦୧୭ରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ପାରା ଆଥଲେଟିକ୍ସରେ ଭାରତ ୫ଟି ପଦକ ଜିତିଥିବା ବେଳେ ଚଳିତ ଆଥଲେଟିକ୍ସ ଖେଳରେ ୯ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି।

ସନ୍ଦିପ ଚୌଧୁରୀ ଜାଭଲିନ ଥ୍ରୋର ଏଫ୍-୬୪ ଶ୍ରେଣୀରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ସୁମିତ ଅଂତିଲ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ଜାଭଲିନ ଥ୍ରୋ ଏଫ୍-୪୬ ଶ୍ରେଣୀରେ ସୁନ୍ଦର ସିଂ ଗୁର୍ଜର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଉଞ୍ଚ କୁଦରେ ଶରଦ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ସେହିପରି ପଦକ ତାଲିକାରେ ୨୫ଟି ସ୍ୱର୍ଣ୍ଣ ପଦକ ସମେତ ୫୯ ପଦକ ପାଇ ଚୀନ ପ୍ରଥମ ସ୍ଥାନରେ ରହିଛି। ବ୍ରାଜିଲ ୧୪ ସ୍ୱର୍ଣ୍ଣ ପଦକ ସମେତ ୨୯ ପଦକ ପାଇ ଦ୍ୱିତୀୟ, ବ୍ରିଟେନ ୧୩ ସ୍ୱର୍ଣ୍ଣ ପଦକ ସମେତ ୨୮ ପଦକରେ ତୃତୀୟ ସ୍ଥାନରେ ରହିଛି।