ଅକ୍‌ଲାଣ୍ଡରେ ଭାରତର ଦମଦାର ବିଜୟ

ଅକ୍‌ଲାଣ୍ଡ,ଏନ୍ଏନ୍ଏସ୍: ଘରୋଇ ନ୍ୟୁଜିଲାଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଶୁକ୍ରବାର ଏଠାରେ ଥିବା ଇଡେନ୍ ପାର୍କରେ ପ୍ରଥମ ଟି-୨୦ ମ୍ୟାଚ୍ ଭାରତ ବିଜୟ ହୋଇଛି। ପ୍ରଥମଥର ପାଇଁ ଭାରତ ଏହି ଗସ୍ତରେ ୫ଟି ଟି-୨୦ ମ୍ୟାଚ୍ ଖେଳୁଛି। ନ୍ୟୁଜିଲାଣ୍ଡର ଅକଲାଣ୍ଡରେ ଭାରତ ଓ ନ୍ୟଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯାଇଥିବା ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଘରୋଇ ଦଳକୁ ୬ୱିକେଟରେ ପରାସ୍ତ କରିଛି।

ପ୍ରଥମେ ଟସ୍ ଜିତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ରଖିଥିବା ୨୦୪ରନର ବିଜୟ ଲକ୍ଷ୍ୟକୁ ଟିମ ଇଣ୍ଡିଆ ମାତ୍ର ୪ୱିକେଟ ହରାଇ ୬ଟି ବଲ ବାକି ଥାଇ ହାସଲ କରିନେଇଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି।