ପୁଣି ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କଲା ଭାରତ

ଅକଲାଣ୍ଡ,ଏନ୍ଏନ୍ଏସ୍: ୨ୟ ଟି -୨୦ରେ ନ୍ୟୁଜିଲାଣ୍ଡ ବନାମ ଭାରତର ଦ୍ଵିତୀୟ ଟି-୨୦ ସିରିଜ ଶେଷ ହୋଇଥିବା ବେଳେ ଭାରତ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହିତ ଭାରତ ୨-୦ରେ ଆଗୁଆ ରହିଛି । ଏହି ମ୍ୟାଚରେ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ଓ ଶ୍ରେୟସ ଆୟାରଙ୍କ ୪୪ରନ କରିବା ସହ ଭାରତ ବିଜୟ ହୋଇଛି। କେଏଲ ରାହୁଲ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୫ ୱିକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଗୁପଟିଲ ଓ ସିଫରର୍ଟ ସର୍ବାଧିକ ୩୩ରନ ଲେଖାଁଏ ସଂଗ୍ରହ କରିଥିଲେ । ୧୩୩ରନର ସହଜ ବିଜୟ ଳକ୍ଷ୍ୟର ପିଛା କରି ଭାରତ କେଏଲ ରାହୁଲଙ୍କ ଅପାରଜିତ ଅର୍ଦ୍ଧଶତକ(୫୭) ଓ ଶ୍ରେୟସ ଆୟାରଙ୍କ ୪୪ରନ ବଳରେ ୧୭.୩ ଓଭରରେ ୧୩୫ ରନ କରି ମ୍ୟାଚ ଜିତି ନେଇଥିଲା।

୨୯ ତାରିଖରେ ସିରିଜର ୩ୟ ଟି-୨୦ ମ୍ୟାଚ ହାମିଲଟନଠାରେ ଖେଳାଯିବ।