ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଭିସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୧୦୭ ରନରେ ପରାସ୍ତ କରିଛି। ବୋଲର କୁଳଦୀପ ଯାଦବଙ୍କ ହାଟ୍ରିକ ୱିକେଟ ବଳରେ ଭାରତ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବାରେ ସକ୍ଷମ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ ଆଗରେ ୩୮୭ରନର ବିଶାଳ ସ୍କୋର ଛିଡା କରିଥିଲା। ଭାରତର ୩୮୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଣ୍ଡିଜ ଦଳ ୪୩ଓଭର ୩ଟି ବଲରେ ୨୮୦ରନ କରି ଅଲଆଉଟ ହୋଇଯାଇଛି।