ଚେନ୍ନାଇରେ ଭାରତର ବିପୁଳ ବିଜୟ: ସିରିଜ ୧-୧ରେ ବରାବର

ନୂଆଦିଲ୍ଲୀ: ଇଣ୍ଡିଆ ପାଇଁ ଚେନ୍ନାଇ ଟେଷ୍ଟ ଖୁବ୍ ଶାନଦାର ରହିଲା। ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଇଂଲଣ୍ଡଠାରୁ ପୂର୍ବ ମ୍ୟାଚ ପରାଜୟର ପ୍ରତିଶୋଧ ନେଇଛି। ଇଂଲଣ୍ଡକୁ ଭାରତ ୩୧୭ ରନରେ ହରାଇ ଦେଇଛି। ଆଉ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ରେ ସମାନ କରିଦେଇଛି। ଏହି ମୁକାବିଲାର ଆରମ୍ଭରୁ ହିଁ ବିରାଟ ବ୍ରିିଗେଡ ଇଂଲଣ୍ଡ ଉପରେ ଚାପ ପକାଇଥିଲା।

ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିର୍ଣ୍ଣୟ ନେଇଥିଲା। ପ୍ରଥମ ପାଳିରେ ରୋହିତ ଶର୍ମାଙ୍କ ୧୬୧ ରନ୍ ବଳରେ ଭାରତ ୩୨୯ ରନ୍ କରିବାରେ ସଫଳ ହୋଇଥିଲା। ଆଉ ଇଂଲଣ୍ଡ ଟିମ୍ ପ୍ରଥମ ପାଳିରେ ୧୩୪ ରନରେ ଅଲଆଉଟ ହୋଇଯାଇଥିଲା। ଦ୍ୱିତୀୟ ପାଳିରେ ଅଶ୍ୱିନଙ୍କ ୧୦୬ ଓ ବିରାଟଙ୍କ ୬୧ ରନ୍ ବଳରେ ଭାରତ ୨୮୬ ରନ୍ କରି ଇଂଲଣ୍ଡ ସମ୍ମୁଖରେ ୪୮୨ ରନର ଲକ୍ଷ୍ୟ ରଖିଥିଲା। ଆଉ ଏହାର ଜବାବରେ ଇଂଲଣ୍ଡ ୧୬୪ ରନ୍ରେ ଅଲଆଉଟ ହୋଇଯାଇଥିଲା। ଆଉ ଭାରତ ୩୧୭ ରନରେ ବିଜୟୀ ହୋଇଥିଲା। ଦ୍ୱିତୀୟ ପାଳିରେ ଅକ୍ଷର ପଟେଲ ୫, ଅଶ୍ୱିନୀ ୩ ଓ କୁଲଦୀପ ୨ଟି ୱିକେଟ ନେବାରେ ସଫଳ ହୋଇଥିଲେ। ସିରିଜର ତୃତୀୟ ମ୍ୟାଚ୍ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଫେବୃଆରୀ ୨୪ ତାରିଖରେ ଖେଳାଯିବ।