ଭାରତର ଦମଦାର ବିଜୟ: ୨୦୩ ରନରେ ହାରିଲା ଦକ୍ଷିଣ ଆଫ୍ରିକା

ବିଶାଖାପାଟଣା,ଏଜେନ୍ସି: ବିଶାଖାପାଟଣାହ ଡ଼ ୱାଇଏସ୍ଆର ଏସିଏ ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଭାରତ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟରେ ଟିମଇଣ୍ଡିଆର ଦମଦାର ବିଜୟ ହୋଇଛି। ୨୦୩ ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଜୟ ହାସଲ କରିଛି। ଭାରତର ୩୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଟିମ୍ ସମସ୍ତ ୱିକେଟ୍ ହରାଇ ୧୯୧ ରନରେ ଅଲଆଉଟ୍ ହୋଇଯାଇଥିଲା । ସାମି ୫ଟି , ଜାଡେଜା ୪ ଟି ୱିକେଟ୍ ହାସଲ କରିଥିବା ବେଳେ ଅଶ୍ୱିନ୍ ଗୋଟିଏ ୱିକେଟ୍ ହାସଲ କରିଛି। ଏହି ବିଜୟ ସହିତ ଭାରତ ଟେଷ୍ଟ ସିରିଜରେ ଏକ ଶୂନରେ ଆଗୁଆ ରହିଛି।
ଅନ୍ୟପଟେ ଭାରତର ଷ୍ଟାର ବୋଲର ଆର୍ ଅଶ୍ୱିନ୍ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ବଡ ରେକର୍ଡ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସରେ ୟୁନିସ୍ ଡି ବ୍ରୁଇନଙ୍କ ୱିକେଟ୍ ଦଖଲ କରି ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୩୫୦ ୱିକେଟ୍ କ୍ଲବରେ ସାମିଲ ହୋଇଛନ୍ତି । ଏପରି କରିବାରେ ଶ୍ରୀଲଙ୍କାର ମହାନ୍ ସ୍ପିନର ମୁଥୟା ମୁରଲିଧରନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ଅଶ୍ୱିନ୍ । ମୁରଲିଧରନ ଓ ଅଶ୍ୱିନ୍ ଉଭୟ ୬୬ଟି ଟେଷ୍ଟ ମ୍ୟାଚରୁ ଏହି ସଫଳତା ହାସଲ କରିଛନ୍ତି ।

ମୁରଲିଧରନ ୨୦୦୧ ମସିହାରେ ଟେଷ୍ଟ କ୍ରିକେଟରେ ୩୫୦ ୱିକେଟ୍ ଦଖଲ କରିଥିଲେ । ଟେଷ୍ଟ କ୍ରିକେଟରେ ୮୦୦ ୱିକେଟ୍ ହାସଲ କରିବାର ବିରଳ ରେକର୍ଡ ହାସଲ କରିବାର ଏକମାତ୍ର ଖେଳାଳି ହେଉଛନ୍ତି ମୁରଲିଧରନ । ଅଶ୍ୱିନଙ୍କ ଏପରି ସଫଳତା ପରେ ଟ୍ୱିଟ୍ କରି ଶୁଭେଛା ଜଣାଇଛି ବିସିସିଆଇ । ଲଗାତର ୫ଟି ଟେଷ୍ଟରୁ ବାହାରେ ରହିବା ପରେ ଦଳକୁ ଫେରିବା ମାତ୍ରେ ସୁଯୋଗର ସଦ ବ୍ୟବହାର କରି ୭ ୱିକେଟ୍ ଦଖଲ କରି ଅଶ୍ୱିନ୍ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ।