ପୁଣି ଥରେ ସୁପର ଓଭରରେ ବାଜି ମାରିଲା ଭାରତ

 ନ୍ୟୁଜିଲାଣ୍ଡ : ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ୨୦ -୨୦ ସିରିଜରେ ପୁଣିଥରେ ଚତୁର୍ଥ ମ୍ୟାଚରେ ସୁପର ଓଭର ଦେଖିବାକୁ ମିଳିଥିଲା। ଏହି ସୁପର ଓଭରରେ ଭାରତ ବାଜି ମାରିବାସହ କ୍ରମାଗତ ୪ଟି ମ୍ୟାଚ ଜିତି ବିଜୟ ଧାରା ବଜାଇ ରଖିଛି । ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୩ ରନ କରିଥିଲା। ଯାହାକୁ ଭାରତ ହାସଲ କରିବା ସହିତ ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ଜିତି ନେଇଛି। ଏହି ବିଜୟ ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ୨୦ -୨୦ ଶୃଙ୍ଖଳାରେ ଭାରତ ୪-୦ରେ ଅଗ୍ରଣୀ ହାସଲ କରିଛି।