ଭାରତର ବୃହତ ବିଜୟ: ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା

ଅହମ୍ମଦାବାଦ,ଏଜେନ୍ସି: ତୃତୀୟ ଟେଷ୍ଟରେ ଭାରତର ବୃହତ ବିଜୟ। ଇଂଲଣ୍ଡରୁ ୧୦ ୱିକେଟରେ ହରାଇଲା ଭାରତ। ଦ୍ୱିତୀୟ ପାଳିଖଳି ଭ୍ରମଣକାରୀଦଳ ୪୯ ରନର ଟାର୍ଗେଟ ଦେଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶୁବମନ ୭.୪ ଓଭରରେ ବିଜୟ ହାସଲ କରିଛନ୍ତି। ରୋହିତ ଶର୍ମା ୨୫ ରନ୍ କରିଥିବାବେଳେ ଶୁବମନ ୧୫ରନ କରି ଅପରାଜିତ ରହିଛନ୍ତି। ଇଂଲଣ୍ଡ ପ୍ରଥମ ପାଳି ଖେଳି ୧୧୨ ରନ କରିଥିଲା। ଏହାର ଜବାବରେ ଭାରତ ୧୪୫ ରନ କରିପାରିଥିଲା। ସେହିପରି ଦ୍ୱିତୀୟ ପାଳି ଖେଳି ଇଂଲଣ୍ଡ ମାତ୍ର ୮୧ରନରେ ସୀମିତ ରହିଥିଲା। ଫଳରେ ଭାରତକୁ ମାତ୍ର ୪୯ରନ୍ ର ବିଜୟ ଲକ୍ଷ୍ୟଥିଲା। ଏହି ଟାର୍ଗେଟକୁ ଭାରତ ଅତି ସହଜରେ ହାସଲ କରିପାରିଥିଲା। ଏହାସହ ଭାରତ ୪ ଥାକିଆ ଟେଷ୍ଟ ସିରିଜିରେ ୨-୧ରେ ଆଗୁଆ ରହିଛି। ଏହି ମ୍ୟାଚରେ ଅକ୍ଷର ପଟେଲଙ୍କୁ ମୋଟ ୧୧ଟି ୱିକେଟ ମିଳିଥିବା ବେଳେ ଅଶ୍ୱିନଙ୍କୁ ୭ଟି ୱିକେଟ ମିଳିଛି।