ସଂଘର୍ସ କରି ଜିତିଲା ଭାରତ, ୨-୨ରେ ସିରିଜ୍ ବରାବର

ଅହମ୍ମଦାବାଦ, ଏଜେନ୍ସି: ଭାରତର ରୋମାଞ୍ଚକର ବିଜୟ। ୪ର୍ଥ ଟି-୨୦ରେ ଭାରତ ୮ରନରେ ଜିତିଛି । ଫଳରେ ୨-୨ରେ ସିରିଜ ବରାବର ରହିଛି। ଅନ୍ତିମ ଅର୍ଥାତ ୫ମ ଟି-୨୦ ଶନିବାର ନରେନ୍ଦ୍ରମୋଦୀ ଷ୍ଟାଡିୟମରେ ଖେଳାଯିବ। ଆଜି ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ଭାରତ ବ୍ୟାଟିଂ କରି ୧୮୫ରନ କରିଥିଲା। ଇଂଲଣ୍ଡ ୨୦ ଓଭର ବ୍ୟାଟିଂ କରି ୧୭୭ରନ କରିପାରିଥିଲା। ଭାରତ ପକ୍ଷରୁ ସାର୍ଦୁଳ ଠାକୁର ସର୍ବାଧିକ ୩ଟି ୱିକେଟ ନେଇଛନ୍ତି।