କାହା ନିକଟରେ ଭାରତ ମୁଣ୍ଡ ନୁଆଁଇବ ନାହିଁ: ରାଜନାଥ

ନୂଆଦିଲ୍ଲୀ,ଏଜେନ୍ସି: ଆପୋସ ଆଲୋଚନା ଜରିଆରେ ସୀମା ବିବାଦର ସମାଧାନ କରିବା ପାଇଁ ଭାରତ-ଚୀନ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ରବିବାର ‘ଇଣ୍ଡିଆକାଡିଏନ୍ଏ’ କାର୍ଯ୍ୟକ୍ରମରେ ଭାଗ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇଛନ୍ତି। ଭାରତର ପ୍ରତିରକ୍ଷା ଶକ୍ତି ଉପରେ ଗଭୀର ବିଶ୍ୱାସ ରଖିବା ପାଇଁ ସେ ପ୍ରତ୍ୟେକ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି।

ରାଜନାଥ ସିଂହ କହିଛନ୍ତି, ଭାରତ କୌଣସି ଦେଶ ନିକଟରେ ମୁଣ୍ଡ ନୁଆଁଇବ ନାହିଁ। ଖୁବଶୀଘ୍ର ରାଫେଲ ଯୁଦ୍ଧ ବିମାନ ପ୍ରତିରକ୍ଷା ବାହିନୀରେ ସାମିଲ ହୋଇଯିବ। ଇତିମଧ୍ୟରେ ଆମେ ବିପୁଳ ଯୁଦ୍ଧ ସାମଗ୍ରୀ କିଣିବାକୁ ସକ୍ଷମ ହୋଇଛୁ। ଆମର ଶକ୍ତି ବହୁମାତ୍ରାରେ ବୃଦ୍ଧି ପାଇଛି। ଭାରତ-ନେପାଳ ମଧ୍ୟରେ ଭଲ ସମ୍ପର୍କ ଅଛି। ଦୁଇ ଦେଶ ମଧ୍ୟରେ ଥିବା ମନାନ୍ତର ଗୋଟିଏ ଆଲୋଚନାରେ ଶେଷ ହୋଇଯିବ ବୋଲି କହିଛନ୍ତି।