ଚୀନ୍ ସେନା ଉପରେ ନଜର ରଖିବ ଭାରତ; ମହାକାଶକୁ ପଠାଇବ ୬ଟି ଗୁଇନ୍ଦା ଉପଗ୍ରହ

ନୂଆଦିଲ୍ଲୀ,ଏଜେନ୍ସି: ଚୀନ୍ ସେନାର ଗତିିବିଧି ଏବଂ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ନଜର ରଖିବା ପାଇଁ ଭାରତ ତରଫରୁ ମହାକାଶକୁ ୬ଟି ଗୁଇନ୍ଦା ଉପଗ୍ରହ ପଠାଯିବ ବୋଲି ଜଣାପଡ଼ିଛି। ଏହି ଉପଗ୍ରହ ଜରିଆରେ ଭାରତୀୟ ସେନା ଚୀନ୍ ସାମରିକ କାର୍ଯ୍ୟକଳାପ ଉପରେ ନଜର ରଖିପାରିବ। ଚୀନ୍ ସେନା ଏଲଏସି ନିକଟ ସିନଜିଆଙ୍ଗ କ୍ଷେତ୍ରରେ ସମରାଭ୍ୟାସ ନାମରେ ଅସ୍ତ୍ରଶସ୍ତ୍ର ଠୁଳ କରିବା ସହ ୪୦ ହଜାରରୁ ଅଧିକ ସୈନ୍ୟ ଠୁଳ କରିଥିବା ସୂଚନା ମିଳିବା ପରେ ଭାରତୀୟ ସୁରକ୍ଷା କର୍ତ୍ତୃପକ୍ଷ କୃତ୍ରିମ ଉପଗ୍ରହର ଆବଶ୍ୟକତା ଅନୁଭବ କରିଛନ୍ତି।

ଏହି ଉପଗ୍ରହର ହାଇ ରିଜଲ୍ୟୁସନ କ୍ଷମତା ସମ୍ପନ୍ନ ସେନ୍ସର ଓ କ୍ୟାମେରା ଜରିଆରେ ଅତି ଛୋଟ ଛୋଟ ଗତିବିଧିକୁ ମଧ୍ୟ ରେକର୍ଡ କରାଯାଇପାରିବ। ଏପରିକି ଜଣେ ବ୍ୟକ୍ତିର ଗତିବିଧି ଉପରେ ଦୃଷ୍ଟି ରଖିବାକୁ ସକ୍ଷମ ହୋଇପାରିବ। ସୂଚନା ଅନୁସାରେ ଏହି ଭାରତୀୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ନିକଟରେ ପୂର୍ବରୁ ଏପରି କିଛି ଉପଗ୍ରହ ରହିଛି। ଯାହା ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ତୀକ୍ଷ୍ମ ନଜର ରଖିବାର କ୍ଷମତା ରଖିଛି। ମାତ୍ର ଏହି କ୍ଷମତାକୁ ଅଧିକ ତୀବ୍ର ଓ ଅଧିକ ସୁଦୃଢ କରିବାର ଆବଶ୍ୟକତା ରହିଛି।