ନୂଆଦିଲ୍ଲୀ: ଭାରତ ସରକାର ଆମେରିକୀୟ କମ୍ପାନୀ ଜନସନ ଏଣ୍ଡ ଜନସନର ସିଙ୍ଗଲ ଡୋଜ୍ କରୋନା ଭ୍ୟାକ୍ସିନକୁ ନେଇ ଆଲୋଚନା ଜାରି ରଖିଛି। ଏସମ୍ପର୍କରେ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡା.ବିକେ ପାଲ ସୂଚନା ଦେଇଛନ୍ତି। ଡା. ବିକେ ପାଲ କହିଛନ୍ତି ଯେ, ଜନସନ ଏଣ୍ଡ ଜନସନର ଭ୍ୟାକ୍ସିନ ବାହାରେ ଉତ୍ପାଦନ ହେଉଛି। ଭାରତ ସରକାର ଏବେ ଏହାକୁ ହାଇଦ୍ରାବାଦର ବାୟୋ ଇରେ ଉତ୍ପାଦନ କରିବା ଲାଗି ଯୋଜନା କରୁଛନ୍ତି।
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ଜରୁରୀକାଳୀନ ଉପଯୋଗ ପାଇଁ ୪ଟି ଭ୍ୟାକ୍ସିନକୁ ମଞ୍ଜୁରୀ ମିଳିଛି। ଏଥିରେ କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ-ଭି ଓ ମୋଡର୍ଣ୍ଣାର ଭ୍ୟାକ୍ସିନ ସାମିଲ ରହିଛି।