ଭାରତ ପ୍ରଥମେ ପଡ଼ୋଶୀଙ୍କୁ ଦେବ କରୋନା ଟିକା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶରେ ଭ୍ୟାକ୍ସିନକୁ ମଞ୍ଜୁରୀ ମିଳିଯାଇଛି। ଆଉ କେତେକ ଦେଶରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ବି ହୋଇଗଲାଣି। ଏଭଳି ସ୍ଥିତିରେ ଭାରତ ମଧ୍ୟ ୨ଟି ସ୍ୱଦେଶୀ ଟିକାକୁ ମଞ୍ଜୁରୀ ପ୍ରଦାନ କରିଛି। ଅନ୍ୟପଟେ ଦୁନିଆରେ ଭାରତର କରୋନା ଭ୍ୟାକ୍ସିନକୁ ନେଇ ଅନେକ ଆଶା ରହିଛି। କିଛି ଦେଶ କରୋନା ଭ୍ୟାକ୍ସିନ ବିତରଣ କରିବା ପାଇଁ କହୁଥିବାବେଳେ ଭାରତ ପ୍ରଥମେ ପଡ଼ୋଶୀ ରାଷ୍ଟ୍ରକୁ ଟିକା ଦେବା ନେଇ ସ୍ଥିର କରିଛି। ଏହି ପଡୋଶୀ ରାଷ୍ଟ୍ର ମଧ୍ୟରେ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ଭୁଟାନ, ମିଆଁମାର ଓ ମାଲଦ୍ୱୀପ ସାମିଲ ଅଛି। ପଡ଼ୋଶୀ ରାଷ୍ଟ୍ର ପରେ ଭାରତ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାକୁ ଟିକା ବିତରଣ କରିବ।

ସୂଚନାଯୋଗ୍ୟ, ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲ୍ସନାରୋ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଯଥାଶୀଘ୍ର ଭ୍ୟାକ୍ସିନ ପହଞ୍ଚାଇବା କଥା ଦର୍ଶାଇଥିଲେ। ଅନ୍ୟପଟେ ଦକ୍ଷିଣ ଆଫ୍ରିକାକୁ ଭାରତ ପକ୍ଷରୁ ୧୫ ଲକ୍ଷ କରୋନା ଟିକା ଦିଆଯିବ। ଏଥିସହିତ ୧୨ରୁ ୧୪ଟି ଦେଶ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକର ଟିକାକୁ ନେଇ ଅଗ୍ରାହ୍ୟ ପ୍ରକାଶ କରିଛନ୍ତି। ଏଥିରେ ଆମେରିକା ଓ ବ୍ରାଜିଲ ମଧ୍ୟ ସାମିଲ ଅଛନ୍ତି।