ତୈଳ ଦର ହ୍ରାସ ପ୍ରସଙ୍ଗ, ୧ ଲକ୍ଷ କୋଟି ଋଣ କରିବେ ଭାରତ ସରକାର

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳ ଦର ହ୍ରାସ କରାଯାଇଛି। ଶନିବାର ଦିନ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ୍ସାଇଜ୍ ଡ୍ୟୁଟି (ଉତ୍ପାଦ ଶୁଳ୍କ) ହ୍ରାସ କରିବା ସହିତ ପେଟ୍ରୋଲ ୯ଟଙ୍କା ୫୦ ପଇସା, ଡିଜେଲ୍ ୭ ଟଙ୍କା ଏବଂ କିରୋସିନି ଉପରେ ୮ ଟଙ୍କାର ମୂଲ୍ୟ ହ୍ରାସ କରାଯାଇଥିଲା। ଏହା ସହିତ ଉଜ୍ଜ୍ୱଳା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରାଯାଇଥିଲା। ଏହି ମୂଲ୍ୟ ହ୍ରାସ ପରେ କେନ୍ଦ୍ର ସରକାରଙ୍କ ଉପରେ ଅର୍ଥନୈତିକ ଚାପ ବୃଦ୍ଧି ପାଇବାରେ ଲାଗିଛି। ଏହି ଚାପର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ ଲକ୍ଷ କୋଟିର ଋଣ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି।

ଭାରତ ସରକାର ଆଗାମୀ ଦିନରେ ୧୨.୯ ବିଲିୟନ୍ ଡଲାର (୧ ଟ୍ରିଲିୟନ୍‌) ବା ୧ ଲକ୍ଷ କୋଟି ଟଙ୍କାର ଋଣ କରାଯିବ। ଖାଦ୍ୟ ଏବଂ ସାର ସବ୍‌ସିଡିରେ ଅଧିକ ବ୍ୟୟ କାରଣରୁ ଜିଏସ୍‌ଟି ଏବଂ ଆୟକର ଟିକସ ହାର କମ୍ ହୋଇଛି। ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ଲୋକ ଏବଂ ଚାଷୀଙ୍କୁ ମିଳୁଥିବା ସହାୟତା ରାଶି କାରଣରୁ ପରୋକ୍ଷ ଭାବରେ ପ୍ରଭାବିତ ହୋଇଛି ଭାରତୀୟ ଅର୍ଥନୀତି। ଏହା ସହିତ ଉତ୍ପାଦ ଶୁଳ୍କ ଛାଡ କାରଣରୁ ସରକାରଙ୍କ ଋଣ ଭାର ମଧ୍ୟ ବଢିବାରେ ଲାଗିଛି।

ବର୍ତ୍ତମାନ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ନିବେଶକ ମାନେ ଭାରତ ସରକାରଙ୍କ ନିକଟରୁ ବିପୁଳ ପରିମାଣର ଋଣ ପାଇଁ ଆବେଦନ କରିଛନ୍ତି। ସରକାରଙ୍କୁ ଏହି ଋଣ ଗୁଡିକ ଭାରତୀୟ ମୁଦ୍ରା ଅଥବା ସୋଭେରିନ୍ ବଣ୍ଡ ଜରିଆରେ ପ୍ରଦାନ କରାଯାଇଥାଏ। ଭାରତ ସରକାରଙ୍କ ନିକଟରେ ଅର୍ଥନୈତିକ ଲକ୍ଷ୍ୟ ପୂରଣ କରିବାର ବାଧା ରହିଥିବା ବେଳେ ଏହା ଅତିରିକ୍ତ ଚାପ ସୃଷ୍ଟି କରିଛି। ଆର୍‌ବିଆଇ ପକ୍ଷରୁ ରେପୋ ରେଟ୍ ବୃଦ୍ଧି କରାଯିବା ମଧ୍ୟ ସରକାରଙ୍କ ପାଇଁ ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ନୂତନ ଡେବ୍‌ଟ ଇସ୍ୟୁଆନ୍ସ (ଋଣ ପ୍ରଦାନ) କାରଣରୁ ମାର୍ଚ୍ଚ ୨୦୨୩ ସୁଦ୍ଧା ଭାରତୀୟ ବଜେଟ୍‌ର ପରିମାଣ ବୃଦ୍ଧି ପାଇ ୧୪.୩ ଟ୍ରିଲିୟନ୍‌ରେ ପହଞ୍ଚିବ। ବାରକ୍ଲେ ପିଏଲ୍‌ସି ପକ୍ଷରୁ ମଧ୍ୟ ବଜେଟ୍‌ର ତାରତମ୍ୟକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବାରକ୍ଲେ ପିଏଲ୍‌ସିର ମୁଖ୍ୟ ଅର୍ଥନୀତିଜ୍ଞ ରାହୁଲ ବଜୋରିଆଙ୍କ ଅନୁସାରେ ଭାରତୀୟ ବଜେଟ ଏବଂ ଅର୍ଥନୈତିକ ସଂଶୋଧନ ପରବର୍ତ୍ତୀ ବଜେଟ୍ ମଧ୍ୟରେ ୬.୯%ର ଅନ୍ତର ରହିବ। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୬.୪%ର ବଜେଟ୍ ଡେଫିସିଟ୍ ଆକଳନ କରାଯାଇଥିଲା।