ଭାରତକୁ ୨୦୮ ରନ୍‌ ବିଜୟ ଲକ୍ଷ୍ୟ ଦେଲା ୱେଷ୍ଟଇଣ୍ଡିଜ

ହାଇଦ୍ରାବାଦ :  ସିମରନ୍ ହେଟମେୟରଙ୍କ ଅର୍ଦ୍ଧଶତକ (୫୬ ରନ୍‌, ୪୧ ବଲ, ୨ ଚୌକା, ୪ ଛକା) ବଳରେ ୱେଷ୍ଟଇଣ୍ଡିଜ ଶୁକ୍ରବାର ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତକୁ ୨୦୮ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଭାରତୀୟ କ୍ରିକେଟ୍‌ ଟିମ୍‌ ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରିଥିଲା। ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୨୦୭ ରନ୍‌ କରିଛି।