ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍, ବିପଦରେ ନଂ-୭ ଗ୍ୟାଲେରୀ

ବାରବାଟୀରେ ନିଯାଯିବ କଡା ସୁରକ୍ଷା : ଡିସିପି

କଟକ,ଏନ୍ଏନ୍ଏସ୍: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଡିସେମ୍ବର ୨୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଆନ୍ତର୍ଜାତିକ ଦିନିକିଆ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ଖେଳାଳିମାନେ କଟକରେ ପହଞ୍ôଚବା ପରେ ସେମାନଙ୍କ ସୁରକ୍ଷା ଦିଗରେ କମିସନରେଟ ପୁଲିସ୍ ବିଶେଷ ଧ୍ୟାନ ଦେବ। ଏଥି ସହ ବାରବାଟୀ ଷ୍ଟାଡିୟମ ଓ ଏହାର ଆଖପାଖ ସୁରକ୍ଷା ଦାୟିତ୍ୱ କଟକ ଡିସିପିଙ୍କ ଉପରେ ନ୍ୟସ୍ତ କରାଯିବ। ପୂର୍ବାହ୍ନ ୯ଟା ୩୦ ମିନିଟ୍ରେ ଗେଟ୍ ଖୋଲାଯାଇ ଦର୍ଶନଙ୍କ ଟିକେଟ୍ ଯାଞ୍ଚ୍ ହୋଇ ସୁରକ୍ଷା ବଳୟମଧ୍ୟରେ ଖେଳ ଦେଖିବାକୁ ଛଡ଼ାଯିବ। ବାହାର ଗେଟ୍, ଭିତର ଗେଟରେ ଟିକେଟ୍ ଯାଞ୍ଚ କରାଯାଇ ଗ୍ୟାଲେରିକୁ ଦର୍ଶକ ମ୍ୟାଚ୍ ଦେଖିବାକୁ ଯିବେ।

କ୍ରିକେଟ୍ ମ୍ୟାଚ୍ ପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବା ସହ ଟିକେଟ୍ କାଉଣ୍ଟର ଓ ଷ୍ଟାଡିୟମ ପରିସରରେ ୮୪ ସିସି କ୍ୟାମେରା ଲଗାଯିବାକୁ ସ୍ଥିର ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର କଟକ ଡିସିପି ଅଖିଳେଶ୍ୱର ସିଂହ ଏହି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ନେଇ ବାରବାଟୀ ଷ୍ଟାଡ଼ିୟମ ବୁଲି ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହ ଆଲୋଚନା କରିଛନ୍ତି। ପୁନଶ୍ଚ ଟିକଟ କାଉଣ୍ଟର ଅଞ୍ଚଳକୁ ମଧ୍ୟ ଡିସିପି ବୁଲି ଦେଖିଥିଲେ।

ଟିକଟ ବିକ୍ରି ଦିନ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ କାଉଣ୍ଟର ଖୋଲିବା ନିମନ୍ତେ ଡିସିପିଙ୍କ ସହ ଓସିଏ ସମ୍ପାଦକ ଶ୍ରୀ ବେହେରା ଆଲୋଚନା କରିଥିଲେ। ଏଥିସହ ଗତଥର ନକଲି ଟିକେଟ ବିକ୍ରିକୁ ରୋକିବା ଦିଗରେ ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଭାଙ୍ଗି ଯାଇଥିବା ଗ୍ୟାଲେରୀ ଶୌଚାଳୟଗୁଡ଼ିକୁ ନୂତନ ଭାବେ ସ୍ଥାପନ କରାଯିବା ସହ ଦରକାର ପଡ଼ିଲେ ଗ୍ୟାଲେରୀରେ ଭ୍ରାମ୍ୟମାଣ ଶୌଚାଳୟର ବ୍ୟବସ୍ଥା କରାଯିବ। ସେହିଭଳି ଷ୍ଟାଡିୟମର ଡ୍ରେନେଜ ବ୍ୟବସ୍ଥା ନେଇ ମ୍ୟାଚରେ କୌଣସି ସମସ୍ୟା ଯେଭଳି ଦେଖାନଦେବ ଏହା ଉପରେ ଗୁରୁତ୍ୱ ଦେବାକୁ ଡିସିପି ଓସିଏ କର୍ମକର୍ତ୍ତାଙ୍କୁ କହିଛନ୍ତି।
ଅନ୍ୟପକ୍ଷରେ ଭାଙ୍ଗି ଯାଇଥିôବା ୭ନମ୍ବର ଗ୍ୟାଲେରିକୁ ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି।

ଗ୍ୟାଲେରିର ନମୁନା ଯାଞ୍ଚ୍ ପାଇଁ ପରୀକ୍ଷାଗାରକୁ ପଠାଯାଇଥିôବା ବେଳେ ଯଦି ଅନୁପଯୁକ୍ତ ରିପୋଟ୍ ଆସେ ତେବେ ଏହି ଗ୍ୟାଲେରିରେ ଖେଳ ଦେଖିôବାକୁ ଦର୍ଶକଙ୍କୁ ବାରଣ କରାଯିବ ଅର୍ଥାତ୍ ଏଥିପାଇଁ ଛପା ହେବାକୁ ଥିôବା ଟିକେଟ୍ ବାତିଲ କରାଯିବ। ଯଦି ଏହି ଗ୍ୟାଲେରୀ ଉପଯୁକ୍ତ ବୋଲି ରିପୋଟ୍ ଆସେ ତାହାଲେ ଏହି ଗ୍ୟାଲେରି ପାଇଁ ଟିକେଟ୍ ଛପା ବିକ୍ରୟ ହେବ ବୋଲି ଡିସିପି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଡିସିପି ଷ୍ଟାଡ଼ିୟମ ପରିଦର୍ଶନ କରିବା ସମୟରେ ଓସିଏର ପୂର୍ବତନ ପରି·ଳନା ସମିତି ଅଧ୍ୟକ୍ଷ ଧୀରେନ୍ ପଲେଇ, ଓଡ଼ିଶା ଅଲିମ୍ପିକ ସଂଘ ଭାରପ୍ରାପ୍ତ ସମ୍ପାଦକ ଅଭିଜିତ ପାଲ, ସିଏମସି ସ୍ୱାସ୍ଥ୍ୟ ସମିତିର ପୂର୍ବତନ ଅଧ୍ୟକ୍ଷ ରଂଜନ ବିଶ୍ୱାଳଙ୍କ ସହ ଅନ୍ୟାନ୍ୟ ପୁଲିସ୍ ଅଧିକାରୀ ଓ ଓସିଏ କର୍ମକର୍ତ୍ତା ଉପସ୍ଥିତ ଥିଲେ।