ୱେଷ୍ଟଇଣ୍ଡିଜ୍‌କୁ ୨୪୧ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌ରେ ଭାରତର ଓପନର ଲୋକେଶ ରାହୁଲ (୯୧ ରନ୍‌, ୫୬ ବଲ, ୯ ଚୌକା, ୪ ଛକା) ଓ ରୋହିତ ଶର୍ମା (୭୧ ରନ୍‌, ୩୪ ବଲ, ୬ ଚୌକା, ୫ ଛକା) ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେହିପରି ଅଧିନାୟକ ବିରାଟ କୋହଲି (ଅପରାଜିତ ୭୦ ରନ୍‌, ୨୯ ବଲ, ୪ ଚୌକା, ୭ ଛକା) ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ଭାରତର ରନ୍‌ ସ୍କୋରକୁ ଏକ ମଜବୁତ୍‌ ସ୍ଥିତିରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ମୁମ୍ବାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ବୁଧବାର ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୨୪୦ ରନ୍‌ ସଂଗ୍ରହ କରିବା ପରେ ୱେଷ୍ଟଇଣ୍ଡିଜ୍‌କୁ ବିଜୟ ପାଇଁ ୨୪୧ ରନ୍‌ ଲକ୍ଷ୍ୟ ମିଳିଛି।