ନୂଆଦିଲ୍ଲୀ: ୨୦୨୩ ଦିନିକିଆ ୱାର୍ଲ୍ଡକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଅକ୍ଟୋବର ୧୫ରେ ଖେଳାଯିବନି । ଆଜି ଭାରତ-ପାକିସ୍ତାନ ମ୍ୟାଚର ଔପଚାରିକ ତାରିଖ ଘୋଷଣା କରାଯାଇଛି । ଏହି ମ୍ୟାଚ୍ ଅକ୍ଟୋବର ୧୫ ବଦଳରେ ୧୪ରେ ଖେଳାଯିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଆଇସିସି ଓ ବିସିସିଆଇ ପକ୍ଷରୁ ଏହି ନୂଆ ତାରିଖ ସମ୍ବନ୍ଧରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ ।
ସୂଚନାଯୋଗ୍ୟ, ଅକ୍ଟୋବର ୧୫ରେ ନବରାତ୍ରି ପଡ଼ୁଛି । ସେଥିପାଇଁ ଭାରତ-ପାକିସ୍ତାନ ମ୍ୟାଚ ତାରିଖ ପରିବର୍ତ୍ତନ କରାଯାଇଛି ।