ମହିଳା ଟି-୨୦ ବିଶ୍ୱକପ : ବାଲାଂ ବିପକ୍ଷରେ ଭାରତର ଦମଦାର ବିଜୟ

ପର୍ଥ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପରେ ବାଲାଂଦେଶ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ବାଲାଂଦେଶକୁ ୧୮ ରନରେ ହରାଇ ଭାରତ ଚଳିତ ବିଶ୍ୱକପରେ ତାର ଦ୍ୱିତୀୟ ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲର ଶିର୍ଷରେ ରହିଛି। ସୋମବାର ଖେଳାଯାଉଥିବା ମ୍ୟାଚରେ ଟସ୍ ଜିତି ବାଲାଂଦେଶ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୨୦ ଓଭରରେ ୬ ୱିକେଟ ହରାଇ ୧୪୨ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ସେଫାଳି ବର୍ମା ୩୯ ରନ କରିଥିବା ବେଳେ ଜେମିମା ରୋଡ୍ରିଗ୍ସ ୩୪ ରନ କରିଥିଲେ।

ସଫାଳି ବର୍ମାଙ୍କ ଦମଦାର ୩୯ ରନ ପାଇଁ ତାଙ୍କୁ ପ୍ଲେଆର ଅଫ ଦ ମ୍ୟାଚରେ ସମ୍ମାନୀତ କରାଯାଇଛି। ଭାରତର ୧୪୩ ରନ ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ପଡିଆକୁ ଓହ୍ଲାଇଥିବା ବାଲାଂଦେଶ ୨୦ ଓଭର ଖେଳି ୮ ୱିକେଟ ବିନିମୟରେ ୧୨୪ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ବାଲାଂଦେଶ ପକ୍ଷରୁ ୱିକେଟ କିପର ନିଗର ସୁଲତାନ ସର୍ବାଧିକ ୩୫ ରନ କରିଥିବା ବେଳେ ମୁରସିଦର ଖାତୁନ ୩୦ ରନ କରିଛନ୍ତି। ଭାରତ ପକ୍ଷରୁ ସଫଳ ବୋଲର ଭାବେ ପୁନମ ଯାଦବ ୪ ଓଭରରେ ୧୮ ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ।