ନୂଆଦିଲ୍ଲୀ,ଏଜେନ୍ସି: ଲକ୍ ଡାଉନ୍ ସତ୍ତ୍ଵେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି। ଆକ୍ରାନ୍ତ ସଂଖ୍ୟା ଠାରୁ ଚୀନ୍ କୁ ଟପିଛି ଭାରତ। ଆଜି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫,୯୪୦ରେ ପହଞ୍ଚିଛି। ଦେଶରେ କରୋନା ଭାଇରସ ଭୂତାଣୁ ଯୋଗୁଁ ମୃତକଙ୍କ ସଂଖ୍ୟା ୨ ହଜାର ୭୫୨କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ସକାଳୁ ଏହି ସୂଚନା ଦିଆଯାଇଛି। ଏହି ମାରାତ୍ମକ ଭାଇରସରେ ୮୫ ହଜାର ୯୪୦ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୫୩ ହଜାର ୩୫ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୩୦ ହଜାର ୧୫୩ ଜଣ। ବିଗତ ୨୪ ଘଣ୍ଟା ମଧ୍ୟରେ ୩୯୭୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୦୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସହ ୨୯ ହଜାର ୧୦୦ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ୧୦୬୮ ଜଣ ଜୀବନ ହରାଇଛନ୍ତି। ଗୁଜୁରାଟରେ ୬୦୬, ମଧ୍ୟପ୍ରଦେଶରେ ୨୩୯, ଓ ପଶ୍ଚିମବଙ୍ଗରେ ୨୨୫ ଜଣ ଲୋକ ଜୀବନ ହରାଇଛନ୍ତି। ସେହିପରି ରାଜସ୍ଥାନରେ ୧୨୫, ଦିଲ୍ଲୀରେ ୧୨୩ ଓ ତାମିଲନାଡୁରେ ୭୧ ଜଣ ଜୀବନ ହାରିଛନ୍ତି।