ଟେଷ୍ଟର ତୃତୀୟ ଇଂନିସ ପରେ ଭାରତ ଆଗରେ ବିଜୟ ଲକ୍ଷ୍ୟ ୪୦୭ ରନ୍

ସିଡନୀ,ଏଜେନ୍ସି: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର–ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚରେ ଭାରତ ସମ୍ମୁଖରେ ୪୦୭ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ। ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆ ୩୩୮ ରନ କରିଥିବା ବେଳେ ତୃତୀୟ ଇଂନିସରେ ୬ ୱିକେଟ ହରାଇ ୩୧୨ ରନରେ ପାଳି ସମାପ୍ତି ଘୋଷଣା କରିଛି। ଦ୍ୱିତୀୟ ଇଂନିସରେ ଭାରତ ୨୪୪ ରନରେ ଅଲଆଉଟ ହୋଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ତୃତୀୟ ଇଂନିସରେ କାମେରନ ଗ୍ରୀନ ସର୍ବାଧିକ ୮୪ ରନ କରିଥିବା ବେଳେ ଷ୍ଟିଭ ସ୍ମିଥ ୮୧ ଏବଂ ମାର୍ନସ ଲାବୁସାନେ ୭୩ ରନ କରିଛନ୍ତି। ଏହି ଇନିଂସରେ ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଓ ନବଦୀପ ସାଇନି ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଓ ବୁମରା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ଏହି ମ୍ୟାଚରେ ଟେଷ୍ଟ୍ ଡେବ୍ୟୁ କରିଥିବା ସାଇନି ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ଦୁଇଟି ୱିକେଟ୍‌ ନେଇଥିଲେ।