ପାକିସ୍ତାନ ସହ ଭାରତ ଆଲୋଚନା କରୁ: ମେହବୁବା

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି କେନ୍ଦ୍ରକୁ ପୁଣି ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ମୋଦୀ ସରକାର ଯଦି ଚୀନ୍ ସହ ଆଲୋଚନା କରିପାରୁଛନ୍ତି, ତାହାହେଲେ ପାକିସ୍ତାନ ସହ ଆଲୋଚନା କରିବାରେ ଅସୁବିଧା କେଉଁଠି ପାକିସ୍ତାନ ମୁସଲିମ୍ ରାଷ୍ଟ୍ର ହୋଇଥିବାରୁ ତାହା ସହ ମୋଦୀ ସରକାର ଆଲୋଚନା କରିବାକୁ ଚାହୁଁନାହାନ୍ତି କି ବୋଲି ମେହବୁବା ପ୍ରଶ୍ନ ଉଠାଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ସେମାନେ ମୁସଲିମଙ୍କୁ ପାକିସ୍ତାନୀ, ସର୍ଦ୍ଦାରମାନଙ୍କୁ ଖଲିସ୍ତାନୀ ଏବଂ ସାମାଜିକ କର୍ମୀମାନଙ୍କୁ ସହରାଞ୍ଚଳ ନକ୍ସଲ ଭାବେ ଅଭିହିତ କରୁଛନ୍ତି।