ସୁଖୋଇରୁ ବ୍ରହ୍ମୋସ ଦୂରଗାମୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ରୁ ସୁପରସୋନିକ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି। ଆଜି (ଗୁରୁବାର) ବଙ୍ଗୋପ ସାଗରୀୟ କ୍ଷେତ୍ରରେ ବ୍ରହ୍ମୋସର ବର୍ଦ୍ଧିତ ତଥା ଅପଗ୍ରେଡେଡ ଏୟାର ଲଞ୍ଚ ଭର୍ସନର ପରୀକ୍ଷଣ କରାଯାଇଥିଲା। ଏହା ଅଧିକ ଦୂରଗାମୀ ଲକ୍ଷ୍ୟଭେଦ କରିପାରିବ।

ମିସାଇଲକୁ ଲଢୁଆ ସୁଖୋଇ ବିମାନରୁ ଉତକ୍ଷେପଣ କରାଯାଇଥିବା ବେଳେ ଟାର୍ଗେଟକୁ ସମ୍ପୂର୍ଣ୍ଣ ସଠିକତାର ସହ ଲକ୍ଷ୍ୟକ୍ଷେଦ କରିବା ସହ ପରୀକ୍ଷଣ ସଫଳ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ତେବେ ଆଜିର ଏହି ପରୀକ୍ଷଣ ପ୍ରଥମ ନୁହେଁ। ଏହାର ପରୀକ୍ଷଣ ପୂର୍ବରୁ ସଫଳ ହୋଇସାରିଥିବା ବେଳେ ଏକାଧିକ ବିକଶିତ ଭର୍ସନରେ ସିରିଜ ବ୍ୟବହାରିକ ପରୀକ୍ଷଣ ଜାରି ରଖିଛି ଭାରତୀୟ ବାୟୁସେନା।