ବର୍ଡର ଗାଭାସ୍କର ଟ୍ରଫି: ୩ୟ ଓ ୪ର୍ଥ ଟେଷ୍ଟ ଏବଂ ଦିନିକିଆ ଦଳ ଘୋଷଣା କଲା ବିସିସିଆଇ

ହାଇଦ୍ରାବାଦ,ଏଜେନ୍ସି: ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହାପରେ ଶେଷ ଦୁଇ ଟେଷ୍ଟ ମ୍ୟାଚ୍‌ ଓ ଦିନିକିଆ ଶୃଙ୍ଖଳା ପାଇଁ ମଧ୍ୟ ଦଳ ଘୋଷଣା କରିଛି ବିସିସିଆଇ । ଶେଷ ଦୁଇ ଟେଷ୍ଟ ମ୍ୟାଚ୍‌ ପାଇଁ ଦଳକୁ ଫେରିଛନ୍ତି ବୋଲର ଜୟଦେବ ଉନାଦକଟ । ସେ ପ୍ରଥମ ଦୁଇ ମ୍ୟାଚ୍‌ ପାଇଁ ମଧ୍ୟ ଦଳରେ ସାମିଲ ହୋଇଥିଲେ ହେଁ ତାଙ୍କୁ ରଣଜୀ ଫାଇନାଲ ମ୍ୟାଚ୍‌ ଖେଳିବା ପାଇଁ ରିଲିଜ କରିଦେଇଥିଲା ବିସିସିଆଇ ।

ବର୍ଡର ଗାଭାସ୍କର ଟ୍ରଫି ୩ୟ ଓ ୪ର୍ଥ ମ୍ୟାଚ୍‌ ପାଇଁ ଭାରତୀୟ ସ୍କ୍ବାର୍ଡ- ରୋହିତ ଶର୍ମା (ଅଧିନାୟକ), ଶ୍ରୀକର ଭରତ (ୱିକେଟ ରକ୍ଷକ- ବ୍ୟାଟର), ଈଶାନ କିଶାନ (ୱିକେଟ ରକ୍ଷକ- ବ୍ୟାଟର), ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ବିନ, ଲୋକେଶ ରାହୁଲ, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଉମେଶ ଯାଦବ, ଜୟଦେବ ଉନାଦକଟ

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦିନିକିଆ ଦଳ- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଲୋକେଶ ରାହୁଲ, ଈଶାନ କିଶାନ (ୱିକେଟ ରକ୍ଷକ- ବ୍ୟାଟର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚାହଲ, ମହମ୍ମଦ ଶାମି, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ, ଶାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକଟ, ଅକ୍ଷର ପଟେଲ

ଦିନିକିଆ ଖେଳ ସୂଚୀ:- ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ଟିକିଆ ଦିନିକିଆ ଶୃଙ୍ଖଳା ଖେଳିବ ଭାରତ । ରୋହିତ ଶର୍ମାଙ୍କ ନେତୃତ୍ବରେ ପ୍ରଥମେ ମାର୍ଚ୍ଚ ୧୭ରେ ମୁମ୍ବାଇରେ ପ୍ରଥମ ଦିନିକିଆ ଖେଳିବା ପାଇଁ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏହାପରେ ଦ୍ବିତୀୟ ଦିନିକିଆ ବିଶାଖାପାଟଣା ଠାରେ ଖେଳାଯିବ । ଏହି ମ୍ୟାଚ୍‌ ୧୯ ମାର୍ଚ୍ଚରେ ଖେଳାଯିବା ନେଇ ସୂଚୀ ରହିଛି । ତୃତୀୟ ଦିନିକିଆ ପାଇଁ ମାର୍ଚ୍ଚ ୨୨ ତାରିଖରେ ଚେନ୍ନାଇରେ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ ।