କରୋନା ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ବାତିଲ

ନୂଆଦିଲ୍ଲୀ : କରୋନା ଭାଇରସର ପ୍ରଭାବ ହେତୁ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ବାତିଲ କରାଯାଇଛି । କରୋନା ଭାଇରସ୍ ବୃଦ୍ଧି ହେବାର ଆଶଙ୍କା ଦୃଷ୍ଟିରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି । ବିସିସିଆଇର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତକାଲି ଧର୍ମଶାଳାରେ ହେବାକୁଥିବା ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା । ଏହି ମ୍ୟାଚ୍ ବିନା ଟସରେ ଶେଷ ହୋଇଥିଲା । ଅନ୍ୟପକ୍ଷରେ କରୋନା ଭାଇରସର ଭୟାବହ ପ୍ରଭାବର ଫଳାଫଳ ସିରିଜର ବାକି ଦୁଇଟି ମ୍ୟାଚକୁ ବାତିଲ କରାଯାଇଛି । ବାକି ଦୁଇଟି ଦିନିକିଆ ମ୍ୟାଚ୍ ଲକ୍ଷ୍ନୌ ଓ କୋଲକାତାରେ ହେବା ପାଇଁ ଧାର୍ଯ୍ୟ ହୋଇଥିଲା । ଏହା ପୂର୍ବରୁ ଆଇପିଏଲକୁ ମଧ୍ୟ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।