ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ କେନ୍ଦ୍ର ସରକାର ଅପରେସନ ଗଙ୍ଗା ଅଭିଯାନର ଶୁଭାରମ୍ଭ କରିଥିଲେ । ଏହି ଅଭିଯାନ ଅନ୍ତର୍ଗତ ଭାରତୀୟଙ୍କ ସମେତ କିଛି ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଏହି କ୍ରମରେ ୟୁକ୍ରେନରୁ ବାଙ୍ଗଲାଦେଶର ୯ ନାଗରିକଙ୍କୁ ଉଦ୍ଧାର କରାଯାଇଥିବାରୁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀଶେଖ ହସିନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରେ ଆଭାର ବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ଅପରେସନ ଗଙ୍ଗା ଅଭିଯାନ ଅନ୍ତର୍ଗତ ଭାରତ କିଛି ନେପାଳୀ ଓ ଟ୍ୟୁନିଶିୟାଇ ଛାତ୍ରଙ୍କୁ ମଧ୍ୟ ଉଦ୍ଧାର କରିଛି । ଏହି ସମୟରେ ଜଣେ ପାକିସ୍ତାନୀ ମହିଳାଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯାହାଙ୍କୁ ୟୁକ୍ରେନରୁ ଭାରତ ଉଦ୍ଧାର କରିଛି ।