କଟକ,ଏନ୍ଏନ୍ଏସ୍: ଗତକାଲି ଭାରତ ଓ ଇଣ୍ଡିଜ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବାକୁଥିବାବେଳେ ଏହାର ଅଭ୍ୟାସ ପାଇଁ ଇଣ୍ଡିଆ ଟିମ୍ ବାରବାଟୀଠାରେ ପହଞ୍ଚିଛି। କଡ଼ା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ବସ୍ ଯୋଗେ ଭୁବନେଶ୍ୱରରୁ ଟିମ୍ ଇଣ୍ଡିଆକୁ ବାରବାଟୀ ଷ୍ଟାଡିୟମକୁ ନିଆଯାଇଥିବା ବେଳେ ସେଠାରେ ଓସିଏ ପକ୍ଷରୁ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଛି। ଅପରାହ୍ଣ ୧ଟା ପର୍ୟ୍ୟନ୍ତ ଟିମ୍ ଇଣ୍ଡିଆର ଅଭ୍ୟାସ ଚାଲିବ। ଏହାପରେ ୱେଷ୍ଟଇଣ୍ତିଜ ଟିମ୍ ଅପରାହ୍ନ ୨ଟାରୁ ୫ଟା ପର୍ୟ୍ୟନ୍ତ ଅଭ୍ୟାସ କରିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ତିଜ ମଧ୍ୟରେ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଏହି ପରିପ୍ରେକ୍ଷୀରେ ଷ୍ଟାଡିୟମରେ ପାଖାପାଖି ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହେବେ। ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚିବା ଏଥିସହିତ ନୂଆ ରୂପ ପାଇଥିବା ଡ୍ରେସି˚ ରୁମ୍ ଓ କ୍ଲକ୍ ଟାବାରକୁ ମଧ୍ୟ ଶନିବାର ଉଦଘାଟନ କରାଯିବାକୁ ଯୋଜନା ରହିଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।