ନୂଆଦିଲ୍ଲୀ: ଚୀନରୁ ଖରାପ କୋଭିଡ ରାପିଡ କିଟ୍ ଆସିବା ପରେ ଭାରତ ଏହି କିଟ୍ ଦକ୍ଷିଣ କୋରିଆଠାରୁ କିଣିବାର ନିଷ୍ପତ୍ତି ନେଇଛି। ଦକ୍ଷିଣ କୋରିଆକୁ ଭାରତ ୯ ଲକ୍ଷ ରାପିଡ କିଟର ଅର୍ଡର ଦେଇସାରିଛି। ସୂଚନାନୁଯାୟୀ, ଚୀନଠାରୁ ଭାରତ ୭ ଲକ୍ଷ ରାପିଡ କିଟ୍ କିଣିଥିଲା ଯାହାର ଗୁଣବତ୍ତା ଅତ୍ୟନ୍ତ ନିମ୍ନମାନର ଥିଲା। ଏନେଇ ରାଜ୍ୟମାନଙ୍କରୁ ଅଭିଯୋଗ ମିଳିବା ପରେ ଭାରତ ସରକାର ସମସ୍ତ କିଟ ଚୀନକୁ ଫେରାଇବାର ନିଷ୍ପତ୍ତି ନେଇଛି।