ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶ୍ରୀଲଙ୍କାର ପ୍ରେମଦାସାରେ ସୁପର ୪ ମ୍ୟାଚ୍ ବର୍ଷା ଯୋଗୁ ସ୍ଥଗିତ ରହିଛି । ଆଜିର ମ୍ୟାଚକୁ ରିଜର୍ଭ ଡେ’ରେ ଖେଳାଯାଉଛି । ବର୍ଷା ଯୋଗୁ ନିର୍ଦ୍ଧାରିତ ସମୟରେ ମ୍ୟାଚ ହେବାରେ ସମୟ ଲାଗିବ । ଏହି ସମୟରେ ମଇଦାନ ଓଦା ରହିଛି । ଗତକାଲି ପ୍ରେମଦାସା ଷ୍ଟାଡିୟମରେ ବର୍ଷା ଯୋଗୁ ଖେଳ ରୋକାଯିବା ପର୍ଯ୍ୟନ୍ତ ଭାରତ ୨୪.୧ ଓଭରରେ ୧୪୭ ରନ୍ ବନାଇ ଥିଲେ ।
ସୂଚନାଯୋଗ୍ୟ, ପାକିସ୍ତାନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲା । ଖେଳ ସ୍ଥଗିତ ରହିବା ବେଳକୁ କ୍ରିଜରେ ବିରାଟ କୋହଲୀ ଓ କେଏଲ ରାହୁଲ ଉପସ୍ଥିତ ଥିଲେ । ଉଭୟ ବ୍ୟାଟ୍ସମ୍ୟାନଙ୍କୁ ଏଠାରୁ ବଡ଼ ପାଳି ଖେଳିବାକୁ ପଡ଼ିବ ।