ସେପ୍ଟେମ୍ବରରୁ ପିଲାଙ୍କୁ ବି ଲାଗିବ କରୋନା ଭ୍ୟାକ୍ସିନ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଭାରତରେ ପିଲାଙ୍କ ଲାଗି ଟିକାକରଣ ଅଭିଯାନ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ। ଏନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ସୂଚନା ଦେଇଛନ୍ତି। ଗୁଲେରିୟା କହିଛନ୍ତି ଯେ, କରୋନା ଚେନକୁ ଭାଙ୍ଗିବା ପାଇଁ ପିଲାଙ୍କ ଟିକାକରଣ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ଜାଇଡସ କେଡିଲା ଟ୍ରାଏଲ ଶେଷ କରିଥିବାବେଳେ ଏବେ କେବଳ ଜରୁରୀକାଳୀନ ମଞ୍ଜୁରୀକୁ ଅପେକ୍ଷା କରିଛି। ଭାରତ ବାୟୋଟେକର କୋଭାକ୍ସିନ ଭ୍ୟାକ୍ସିନର ଟ୍ରାଏଲ ମଧ୍ୟ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ସରିଯିବ। ଅନ୍ୟପଟେ ଫାଇଜର ଭ୍ୟାକ୍ସିନକୁ ଆମେରିକୀୟ ନିୟାମକ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିପାଇଁ ସେପ୍ଟେମ୍ବର ସୁଦ୍ଧା ପିଲାଙ୍କୁ ଟିକା ଲଗାଇବା ଅଭିଯାନ ସଫଳ ହେବ ବୋଲି ଆମେ ଆଶା କରୁଛୁ।