୪୧ ବର୍ଷ ପରେ ସେମିରେ ଭାରତୀୟ ହକି ଟିମ୍: ଖୁସିବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

  • ଟୋକିଓ: ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତର ଦମଦାର ବିଜୟଫ ଗ୍ରେଟ ବ୍ରିଟେନକୁ ହାରଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଆଜିର କ୍ୱାର୍ଟରରେ ବ୍ରିଟେନ୍କୁ ୧-୩ ଗୋଲ୍ରେ ଭାରତ ପରାସ୍ତ କରିଛି। ଏଥିସହ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସ ସେମିରେ ଭାରତ ପ୍ରବେଶ କରିଛି। ଆଜି କ୍ୱାର୍ଟର ଫାଇନାଲରେ ଭାରତ ପକ୍ଷରୁ ଦିଲପ୍ରୀତ, ଗୁରଜନ୍ତ ଓ ହାର୍ଦ୍ଦିକ୍ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ।
    ହକି ଇଣ୍ଡିଆର ବିଜୟରେ ଖୁସି ମନାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସର ସେମି ଫାଇନାଲକୁ ପ୍ରବେଶ କରିଛି। ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ବସି ସମ୍ପୂର୍ଣ୍ଣ ମ୍ୟାଚ ଦେଖିବା ସହ ଟ୍ୱିଟ କରି ଭାରତୀୟ ହକି ଟିମକୁ ଶୁଭେଛା ଜଣାଇଛନ୍ତି ।
    ଭାରତୀୟ ହକି ଟିମ ଇତିହାସର ପୁନରାବୃତ୍ତି କରିବା ନେଇ ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ। ଆଗାମୀ ମ୍ୟାଚରେ ଭାରତୀୟ ପୁରୁଷ ହକି ଟିମ ବେଲଜିୟମକୁ ଭେଟିବାକୁ ଯାଉଥିବାବେଳେ ନିଶ୍ଚୟ ବିଜୟ ହାସଲ କରିବ ବୋଲି ମଧ୍ୟ ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ରହିଥିଲେ।